VBGRAMG ର ୧୦ଟି ବଡ଼ ପରିବର୍ତ୍ତନ : MGNREGA କୁ ସମ୍ପୂର୍ଣ୍ଣ ବଦଳାଇଦେବ କି ନୂଆ ଯୋଜନା ?

  

                            


VBGRAMG ର ୧୦ଟି ବଡ଼ ପରିବର୍ତ୍ତନ: MGNREGA କୁ ସମ୍ପୂର୍ଣ୍ଣ ବଦଳାଇଦେବ କି ନୂଆ ଯୋଜନା?

MGNREGA|VBGRAMG|JOBCARDREPLACEMENT|RURALEMPLOYMENT|125DAYS WORK|VIKSITBHARAT

ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତ ଯୋଜନା (MGNREGA) ୨୦୦୫ ରୁ ୨୦୨୬ ଯାଏଁ ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟକାରୀ ହୋଇଆସୁଥିଲା ପୂର୍ବରୁ ଲୋକଙ୍କ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ଏହି ସ୍କିମ କାର୍ଯ୍ୟକାରୀ କରାଯାଇଥିଲା ୩୦ ଜୁନ  ୨୦୨୬ ତାରିଖ ରୁ ସାରା ଦେଶରେ Mgnrega ବନ୍ଦ କରାଯାଉଛି ।୧ ଜୁଲାଇ ୨୦୨୬ ରୁ ବିକଶିତ ଭାରତ ର ଲକ୍ଷ୍ୟ ରଖି ଗ୍ରାମୀଣ ବିକାଶ ନିମନ୍ତେ କେନ୍ଦ୍ର ସରକାର ବିକଶିତ ଭାରତ ଗ୍ରାମୀଣ ନିଶ୍ଚିତ ରୋଜଗାର ଓ ଆଜୀବିକା ମିଶନ (VBGRAMG) ନାମରେ ଏକ ନୂତନ ଯୋଜନା ଲାଗୁ କରିଛନ୍ତି  ଯେଉଁଥିରେ କେବଳ ରୋଜଗାର ନୁହେଁ, ବରଂ ଗ୍ରାମର ସାମଗ୍ରିକ ବିକାଶ ତଥା ଦୀର୍ଘ କାଳୀନ କାମକୁ ଗୁରୁତ୍ୱ ଦିଆଯାଇଛି  


    ୧୦ଟି ମୁଖ୍ୟ ବ୍ୟବସ୍ଥା ଯାହା
      VBGRAMG କୁ MGNREGA ଠାରୁ ସମ୍ପୂର୍ଣ୍ଣ ଅଲଗା କରେ 

    ୧. ବିକଶିତ ଭାରତ
    କେବଳ ମଜୁରୀ ଦେବା ପରିବର୍ତ୍ତେ ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟି, କୌଶଳ ବିକାଶ ଓ ଉତ୍ପାଦନମୂଳକ କାମକୁ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(MGNREGA )ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ବିକଶିତ ଭାରତ ଗ୍ରାମୀଣ ନିଶ୍ଚିତ ରୋଜଗାର ଓ ଆଜୀବିକା ମିଶନ (VBGRAMG)ସାରାଦେଶରେ କାର୍ଯ୍ୟକାରୀ ହୋଇଛି ।

    ୨. ରୋଜଗାର କାର୍ଡ
    ବର୍ତ୍ତମାନର ଜବ୍ କାର୍ଡ ଆଉ ରହିବ ନାହି ସେ ସ୍ଥାନରେ ନୂଆ ଗ୍ରାମୀଣ ରୋଜଗାର କାର୍ଡ ମିଳିବ  ।ଗ୍ରାମ ପଞ୍ଚାୟତର ଗୋଟେ ପରିବାର ର ଯେଉଁ ହିତାଧିକାରୀ ୧୮ ବର୍ଷ ଋ ଉର୍ଦ୍ଧ୍ବ ହେଇଥିବ ଓ ଅଣକୁଶଳୀ କାମ କରିବାକୁ ଇଛୁକ ଥିବ ସେ ପରିବାର କୁ ଏହି କାର୍ଡ ଯୋଗାଇ ଦିଆଯିବ । 

    ୩. ସୂଚନା ବୋର୍ଡ 
    ସରକାରୀ ସୂଚନାକୁ ଅଧିକ ସ୍ୱଚ୍ଛ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ସୂଚନା ବୋର୍ଡ ନିର୍ମାଣ କରାଯାଏ ।ଯେଉଠି ଗୋଟେ କାମ ର ସମ୍ପୂର୍ଣ୍ଣ ବିବରଣୀ ରୁହେ । ବର୍ତ୍ତମାନ ଉଭୟ  ଡିଜିଟାଲ ଓ କାମ ଜାଗାରେ ଏହି ବୋର୍ଡ ରହିବ ଯାହାକୁ ଜନତା  ବୋର୍ଡ କୁହାଯିବ । 

    ୪. ଗ୍ରାମ ପଞ୍ଚାୟତ ପ୍ଲାନ
    ଗ୍ରାମର ସାମଗ୍ରିକ ବିକାଶ ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ ହେବ ଯାହା ପୂର୍ବରୁ ବାର୍ଷିକ କାର୍ଯ୍ୟ ଖସଡ଼ା ବୋଲି କୁହାଯାଉଥିଲା ତାହା ଏବେ ବିକଶିତ ଭାରତ ଗ୍ରାମ ପଞ୍ଚାୟତ ପ୍ଲାନ ହେବ । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ ହେବ । 

    ୫. କାମରେ ବିରାମ 
    କୃଷି ସମୟକୁ ଧ୍ୟାନରେ ରଖି ରୋଜଗାର ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି ।ପୂର୍ବରୁ ବର୍ଷା ଦିନରେ ପ୍ରାକୃତିକ ସଂସାଦନ ର ପ୍ରବନ୍ଧନ ନିମନ୍ତେ କିଛି  କାମକୁ ସ୍ୱୀକୃତି ମିଳୁଥିଲା କିନ୍ତୁ ବର୍ତ୍ତମାନ ରାଜ୍ୟ ମାନଙ୍କ ସ୍ୱୀକୃତି ରେ 60 ଦିନ କାମର ବିରାମ ରହିବ । 

    ୬. କାର୍ଯ୍ୟ ଦିବସ ବୃଦ୍ଧି
    ପୂର୍ବରୁ MGNREGA ରେ ୧୦୦ ଦିନର କାମ ଥିଲା କିନ୍ତୁ ବର୍ତ୍ତମାନ VNGRAMG ରେ ପଞ୍ଚାୟତ ରେ ବାସକରୁଥିବା ଲୋକଙ୍କୁ ୧୨୫ ଦିନର କାମ ଯୋଗାଇଦିଆଯିବ ।ଏହା ସବୁଠୁ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି।

    ୭.୪ ଟି ସ୍ପଷ୍ଟ କାର୍ଯ୍ୟ ବର୍ଗ
    କାମକୁ 4 ଟି ସ୍ପଷ୍ଟ ଶ୍ରେଣୀରେ ବିଭକ୍ତ କରାଯାଇଛି ଜଳ ସଂରକ୍ଷଣ ,ଗ୍ରାମୀଣ ଭୀତିଭୂମି ,ଜୀବନ ଜୀବିକା,ଜଳବାୟୁ ପରିବର୍ତ୍ତନ ଜନିତ କାର୍ଯ୍ୟ ପୂର୍ବରୁ ଏହା ଅସୀମିତ ବା ଅନିର୍ଦ୍ଧାରିତ ଥିଲା ।

    ୮. ବିକେନ୍ଦ୍ରୀକରଣ ଯୋଜନା
    ପୂର୍ବରୁ Mgnrega ଯୋଜନାରେ ୧୦୦% କେନ୍ଦ୍ର ପାଣ୍ଠି ଯୋଗାଉଥିଲା କିନ୍ତୁ ବର୍ତ୍ତମାନ ୬୦:୪୦ ପ୍ରତିଶତ ରାଜ୍ୟମାନଙ୍କୁ ,ହିମାଳୟ ନିକଟବର୍ତ୍ତି ରାଜ୍ୟ ମାନଙ୍କୁ 90 ଶତକଡା ଓ କେନ୍ଦ୍ର ଶାସିତ ରାଜ୍ୟ ମାନଙ୍କୁ ୧୦୦ ପ୍ରତିଶତ  କେନ୍ଦ୍ର ପ୍ରଦାନ କରିବ   ।ଏହାଦ୍ୱାରା କେନ୍ଦ୍ର ଓ ରାଜ୍ୟ ମାନଙ୍କର ସମ୍ମାନ ଉତ୍ତରଦାୟିତ୍ୱ ରହିବ ।

    ୯. ମାନକ ଆଧାରିତ ଓ ପ୍ରଭାବ ଭିତ୍ତିକ କାର୍ଯ୍ୟ ।
    ପୂର୍ବରୁ MGNREGA ରେ କେବଳ ଲୋକଙ୍କ ଚାହିଦା ପାରମ୍ପରିକ ରୀତିରେ ଅର୍ଥ ବିନିଯୋଗ ହେଉଥିଲା କିନ୍ତୁ VNGRAMG ରେ ବର୍ତ୍ତମାନ ଫଳାଫଳ ଆଧାରରେ କାମ ଚୟନ ହେବ ।ଲୋକଙ୍କ ଜୀବନରେ ଚୟନ କାମ କେତେ ପ୍ରଭାବ ପକାଇଛି ତାହା ଉପରେ ତର୍ଜମା ହେବ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥ ମଞ୍ଜୁରୀ ହେବ ।

    ୧୦. ସାପ୍ତାହିକ ସୂଚନା ବ୍ୟବସ୍ଥା
    ପୂର୍ବରୁ MGNREGA ରେ ସାମାଜିକ ସମୀକ୍ଷା ସମୟରେ ଲୋକଙ୍କୁ କର୍ଯ୍ୟବିବରଣି ପ୍ରଦାନ କରାଯାଉଥିଲା କିନ୍ତୁ ବର୍ତ୍ତମାନ VBGRAMG ରେ ପ୍ରତି ସପ୍ତାହରେ ବୈଠକ ଓ ସର୍ବସାଧାରଣଙ୍କ ପାଇଁ ସୂଚନା ପ୍ରକାଶ କରାଯିବ।ର ପ୍ରାବଧାନ ରହିଛି ।

    VBGRAM ର ସମ୍ଭାବ୍ୟ ଲାଭ

    • ୧୨୫ ଦିନର ରୋଜଗାର
    • ଅଧିକ ସ୍ୱଚ୍ଛତା
    • ଗ୍ରାମ ବିକାଶର ସମନ୍ୱିତ ଯୋଜନା
    • କୃଷିକୁ ଅଧିକ ଗୁରୁତ୍ୱ
    • ୪୧ଟି ସ୍ପଷ୍ଟ କାର୍ଯ୍ୟ ଶ୍ରେଣୀ
    • ଗ୍ରାମବାସୀଙ୍କ ଅଧିକ ଅଂଶଗ୍ରହଣ

    VBGRAMG ବିକଶିତ ଭାରତ ର ସ୍ୱପ୍ନକୁ ସାକାର କରିବା ଲାଗି MGNREGA ଠାରୁ ଅଧିକ ବ୍ୟାପକ ଓ ଗ୍ରାମିଣ ବିକାଶର ମଡେଲ୍ ରୂପେ ଦର୍ଶାଯାଇଛି । ତେବେ ଏହି ପରିବର୍ତ୍ତନଗୁଡ଼ିକ ସରକାରଙ୍କ ଆଧିକାରିକ ଅନୁମୋଦନ ଓ କାର୍ଯ୍ୟକାରିତା ଉପରେ ନିର୍ଭର କରିବ

    ବାରମ୍ବାର ପଚରାଯାଉଥିବା ପ୍ରଶ୍ନ (FAQs)

    1. VBGRAMG କ'ଣ?

    VBGRAMG (ବିକଶିତ ଭାରତ ଗ୍ୟାରେଣ୍ଟିଡ୍ ଫର୍ ରୋଜଗାର ଏବଂ ଆଜୀବିକା ମିଶନ୍ ଗ୍ରାମୀଣ) ହେଉଛି ଏକ ସମନ୍ୱିତ ଗ୍ରାମୀଣ ବିକାଶ ମିଶନ୍, ଯାହାର ଉଦ୍ଦେଶ୍ୟ ରୋଜଗାର, ଆଜୀବିକା, କୃଷି, ଭିତ୍ତିଭୂମି ଏବଂ ଗ୍ରାମ ବିକାଶକୁ ଏକାଠି କରିବା।

    2. MGNREGA କୁ VBGRAMG ବଦଳାଇଛି କି?

    ହଁ। ୧ ଜୁଲାଇ ୨୦୨୬ ଠାରୁ ସମଗ୍ର ଦେଶରେ MGNREGA ପରିବର୍ତ୍ତେ VBGRAMG କାର୍ଯ୍ୟକାରୀ ହୋଇଛି।

    3. MGNREGA ଓ VBGRAMG ମଧ୍ୟରେ ସବୁଠାରୁ ବଡ଼ ପାର୍ଥକ୍ୟ କ'ଣ?

    VBGRAMG ରେ ୧୨୫ ଦିନର ନିଶ୍ଚିତ ରୋଜଗାର, ସମନ୍ୱିତ ଗ୍ରାମ ପଞ୍ଚାୟତ ଯୋଜନା, ୪ଟି ବିଷୟଭିତ୍ତିକ କାର୍ଯ୍ୟ ଶ୍ରେଣୀ ଏବଂ ଅଧିକ ସ୍ୱଚ୍ଛତା ବ୍ୟବସ୍ଥା ରହିଛି।

    4. ରୋଜଗାର ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି ପାଇଛି କି?

    ହଁ। VBGRAMG ଅଧୀନରେ ନିଶ୍ଚିତ ରୋଜଗାର ୧୦୦ ଦିନରୁ ୧୨୫ ଦିନ କରାଯାଇଛି।

    5. ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟିଡ୍ କାର୍ଡ (Grameen Rozgar Guaranteed Card) କ'ଣ?

    ଏହା MGNREGA Job Card ର ସ୍ଥାନରେ ଆସିଥିବା ଏକ ନୂତନ ରୋଜଗାର ପରିଚୟ ପତ୍ର, ଯାହା ମାଧ୍ୟମରେ ଗ୍ରାମୀଣ ଲୋକମାନେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ।

    6. VBGRAMG ରେ କେଉଁ ୪ଟି କାର୍ଯ୍ୟ ଶ୍ରେଣୀ ରହିଛି?

    • ଜଳ ସମ୍ପଦ ବିକାଶ (Water Resources)
    • ଗ୍ରାମୀଣ ଭିତ୍ତିଭୂମି (Rural Infrastructure)
    • ଜୀବିକା ଭିତ୍ତିଭୂମି (Livelihood Infrastructure)
    • ଚରମ ପାଣିପାଗ ପ୍ରଶମନ କାର୍ଯ୍ୟ (Extreme Weather Mitigation)

    7. ବିକଶିତ ଭାରତ ଗ୍ରାମ ପଞ୍ଚାୟତ ଯୋଜନା (Viksit Bharat Gram Panchayat Plan) କ'ଣ?

    ଏହା ରୋଜଗାର, କୃଷି, ଭିତ୍ତିଭୂମି, ଜଳ ସଂରକ୍ଷଣ ଏବଂ ଗ୍ରାମ ବିକାଶକୁ ନେଇ ପ୍ରସ୍ତୁତ ହେଉଥିବା ଏକ ସମନ୍ୱିତ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା।

    8. ୬୦ ଦିନର ବାଧ୍ୟତାମୂଳକ ବିରତି (Compulsory Pause) କ'ଣ?

    ଚାଷର ବ୍ୟସ୍ତ ଋତୁରେ କୃଷି କାର୍ଯ୍ୟକୁ ସହାୟତା କରିବା ପାଇଁ ୬୦ ଦିନ ପର୍ଯ୍ୟନ୍ତ କାମ ବନ୍ଦ ରଖିବାର ବ୍ୟବସ୍ଥା କରାଯାଇଛି।

    9. VBGRAMG ରେ ସ୍ୱଚ୍ଛତା କିପରି ବୃଦ୍ଧି ପାଇବ?

    ଜନତା ବୋର୍ଡ (Janata Board) ଏବଂ ସାପ୍ତାହିକ ସାର୍ବଜନୀନ ସୂଚନା ବୈଠକ ମାଧ୍ୟମରେ କାର୍ଯ୍ୟର ଅଗ୍ରଗତି ସାଧାରଣ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ।

    10. VBGRAMG କି ସରକାରୀ ଭାବେ ଲାଗୁ ହୋଇଛି?

    ହଁ। ଭାରତ ସରକାର ୧ ଜୁଲାଇ ୨୦୨୬ ଠାରୁ ସମଗ୍ର ଦେଶରେ VBGRAMG କୁ କାର୍ଯ୍ୟକାରୀ କରିଛନ୍ତି।

    Post a Comment

    Previous Post Next Post