ବ୍ରାଜିଲ୍‌ ବୈଜ୍ଞାନିକଙ୍କୁ ବିଶ୍ବ ଖାଦ୍ୟ ପୁରସ୍କାର

mariangela hungria brazil scientist in lab for agri research.

ବ୍ରାଜିଲ୍‌ ବୈଜ୍ଞାନିକଙ୍କୁ ବିଶ୍ବ ଖାଦ୍ୟ ପୁରସ୍କାର

          ରାସାୟନିକ ସାର ବ୍ୟବହାର ହ୍ରାସ କରିବା ,ଫସଲ ଉତ୍ପାଦନ ଓ ପୁଷ୍ଟି ବୃଦ୍ଧି ନିମନ୍ତେ ଜୈବିକ ବିହନ ଏବଂ ମାଟି ଚିକିତ୍ସା ବିକାଶ କରିବା ନିମନ୍ତେ ବ୍ରାଜିଲ ର ବୈଜ୍ଞାନିକ ମାରି ଆଞ୍ଜେଲା ହଙ୍ଗ୍ରିଆଙ୍କୁ ଚଳିତ ବର୍ଷର ବିଶ୍ବ ଖାଦ୍ୟ ପୁରସ୍କାର ପ୍ରଦାନ କରାଯାଇଛି।


      ରାସାୟନିକ ସାର ବ୍ୟବହାର ହ୍ରାସ କରିବା, ଫସଲ ଉତ୍ପାଦନ ଓ ପୁଷ୍ଟି ବୃଦ୍ଧି ପାଇଁ ଜୈବିକ ବିହନ ଏବଂ ମାଟି ଚିକିତ୍ସା ବିକାଶ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି।ସାଓପାଉଲୋର ଏହି ସୂକ୍ଷ୍ମ ଜୀବବିଜ୍ଞାନୀଙ୍କୁ ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ୍ ଦ୍ୱାରା ଏଥିପାଇଁ ଗତ ୧୩ ତାରିଖରେ ୫ ଲକ୍ଷ ପାଉଣ୍ଡ୍‌ ପ୍ରଦାନ କରାଯାଇଥିଲା। ବ୍ରାଜିଲୀୟ କୃଷି ଗବେଷଣା ନିଗମ (ଏମ୍ବ୍ରାପା) ସହିତ ଚାରି ଦଶନ୍ଧିର କ୍ୟାରିଅର୍ ମଧ୍ୟରେ, ସେ ବହୁ ଜୈବିକ ଚିକିତ୍ସା ପଦ୍ଧତି ବିକଶିତ କରିଥିଲେ ଯାହା ଫସଲକୁ ମାଟି ଜୀବାଣୁରୁ ପୋଷକ ତତ୍ତ୍ୱ ଶୋଷଣ କରିବାକୁ ସକ୍ଷମ କରିପାରିଛି। ତାହା ଗହମ, ମକା, ଧାନ, ବିଶେଷ କରି ବିନ୍‌ ସମେତ ସୋୟାବିନ୍‌ର ଉତ୍ପାଦକତା ବୃଦ୍ଧି କରିଛି, ଯାହା ବର୍ତ୍ତମାନ ବ୍ରାଜିଲର ଶ୍ରେଷ୍ଠ  କୃଷି ରପ୍ତାନି ଦ୍ରବ୍ୟ ପାଲଟିଛି।

        ଏମ୍ବ୍ରାପା ସହିତ ତାଙ୍କର ୪୦ ବର୍ଷର ସଂପୃକ୍ତି ଯୋଗୁଁ  ଜାତୀୟ ସୋୟାବିନ୍ ଉତ୍ପାଦନ ୧୯୭୯ରେ ୧୫ ନିୟୁତ ଟନ୍‌ରୁ ଚଳିତ ଋତୁରେ ୧୭୩ ନିୟୁତ ଟନ୍‌କୁ ବୃଦ୍ଧି ପାଇଥିବା ଜଣାଯାଇଛି। ହଙ୍ଗ୍ରିଆଙ୍କ ଦ୍ବାରା ବିକଶିତ ପ୍ରଯୁକ୍ତିବିଦ୍ୟା ଯୋଗୁଁ ବ୍ରାଜିଲ୍‌ର ଚାଷୀମାନେ ବାର୍ଷିକ ୪,୦୦୦ କୋଟି ଡଲାର ପର୍ଯ୍ୟନ୍ତ ସଞ୍ଚୟ କରିଥିବା ଆକଳନ କରାଯାଇଛି। ହଙ୍ଗ୍ରିଆ ଏବେ ଅବକ୍ଷୟପ୍ରାପ୍ତ ଚାରଣଭୂମିକୁ ପୁନରୁଦ୍ଧାର କରିବା ପାଇଁ ତାଙ୍କର ଗବେଷଣାକୁ ପ୍ରୟୋଗ କରୁଛନ୍ତି। ସେ ଘାସ ଚାରଣଭୂମି ପାଇଁ ପ୍ରଥମ ମାଇକ୍ରୋବାୟଲ୍ ଇନୋକୁଲାଣ୍ଟ ବିକଶିତ କରିଛନ୍ତି, ଯାହା ଫଳରେ ବାୟୋମାସ୍‌ରେ ୨୨ ପ୍ରତିଶତ ବୃଦ୍ଧି ଘଟିଛି।

Post a Comment

Previous Post Next Post