ଦେଶର ଗତି, ଭୋଟଚୋରୀ ଓ ଗଣତନ୍ତ୍ର - Matira Swara (ମାଟିର ସ୍ଵର)

Breaking Now

Wednesday, May 13, 2026

ଦେଶର ଗତି, ଭୋଟଚୋରୀ ଓ ଗଣତନ୍ତ୍ର

People waiting for development

ପଶ୍ଚିମ ବଙ୍ଗ ରେ ବିଜେପି ସରକାର, ବାଂଲାଦେଶ ରେ ବିରୋଧ ସେମାନଙ୍କୁ ପୁଣି ଥରେ ମମତା ସରକାର ଦରକାର ।ମୋଦି ବିରୋଧୀଙ୍କ ମନ ପୋଡିଲାଣି ,ଶାସକ ଦଳ ନିଜ ବିଜୟ ଉତ୍ସବ ରେ ବ୍ୟସ୍ତ ।ବିରୋଧୀଙ୍କ କହିବା କଥା ଏପଟେ 3ଟା ରାଜ୍ୟରେ ସରକାର କ୍ଷମତାକୁ ଆସିବା ପରେ ଦୈନିକ ଖର୍ଚ୍ଚ ବାର୍ଚ୍ଚ କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଲୋକଙ୍କୁ ସଚେତନ ବାର୍ତ୍ତା ଦେବାର ଉଦ୍ଦେଶ୍ୟ କଣ? ଏ ବାର୍ତ୍ତା ଟା ଟିକିଏ ପୂର୍ବରୁ ଦେଇଥିଲେ ହୁଏତ ବାମପନ୍ଥୀ ସରକାର ପୁଣିଥରେ ଶାସନ କୁ ଫେରି ପାରନ୍ତା ।ଶାସକ ଦଳ ପୁରୁଣା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଓ ବାର୍ତ୍ତାର ଦ୍ୟାହି ଦେଇ କହିଛନ୍ତି ଯେ ଏସବୁ ସ୍ୱାଭାବିକ କଥା ଦେଶରେ ଯେବେ ସଙ୍କଟ ଆସନ୍ନ ସେତେବେଳେ ଦେଶ ମୁଖ୍ୟ ମାନେ ଏମିତି ଦେଶ ହିତରେ ସନ୍ଦେଶ ଦିଅନ୍ତି ।ସ୍ୱାଧୀନତା ପରଠାରୁ ଦେଶରେ ଏମିତି ପରମ୍ପରା ଚାଲିଛି ଅନେକ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଜାତୀୟ ସଙ୍କଟ ସମୟରେ ଲୋକଙ୍କୁ ବହୁତ୍ ବାଧିଚି ।କେହି କେହି କହିଲେଣି ମୋଦୀ ଯଦି ଆଗକୁ ଶାସନ ରେ ରୁହନ୍ତି ଲୋକେ ମୁଠାଏ ଖାଇବାକୁ ଡହଳ ବିକଳ ହେବେ ।

କିଛି ଗୋଷ୍ଠୀ କୁହନ୍ତି ଏଇଦେଶ ୨୦୧୪ ପରଠୁ ସ୍ୱାଧୀନ ହେଲା ଆଉ କେହି କେହି କୁହନ୍ତି ୨୦୧୪ ପରଠୁ ଇଣ୍ଡିଆ ବୋଲି କିଛି ଦେଶ ନାହିଁ ,ଦେଶ କୁ ଶାସକ ଦଳ ବିକି ସାରିଲାଣି ।ସେମାନଙ୍କ କହିବା କଥା "indira is no more india after 2014" ।

ଏସବୁ ଭିତରେ ଗାଁ ରେ ଥିବା ରାମୁଆ ଓ ତା ସ୍ତ୍ରୀ ୬୦ ବର୍ଷରେ ବି ନିଜ ମାଟି ଝାଟି କୁଡ଼ିଆରେ ସେମିତି ଅପେକ୍ଷା କରି ବସିଛନ୍ତି ବିକାଶ କେବେ ଆସିବ ,ଅବଶ୍ୟ ବିକାଶର ହିତାହିତ ଜ୍ଞାନ ନାହିଁ ସେ ଶୋଇଚି ଗାଁ ର ପରିତ୍ୟକ୍ତ ନାଳରେ  । ସହର ରେ ଝିଅଟେ ଆଜିବି ସନ୍ଧ୍ୟା 7 ଟା ପରେ ଛାତିକୁ ପଥର କରି ଘରକୁ ଫେରୁଛି ଅନ୍ଧାର ରାତିରେ ବିକାଶ କୁଆଡେ ତା ଇଜ୍ଜତ ଲୁଟି ନ ଦେଉ ।ଆଜିବି ଜଣେ ବାଚସ୍ପତି ବିକାଶର ଟୋପି ପିନ୍ଧି ଅଟହାସ୍ୟ ଦେଇ କୁହନ୍ତି ଝିଅଟେର ଯଦି ବଳାତ୍କାର ହୁଏ ତେବେ ଝିଅ ମାନେ ନିଜେ ଜୋରଦାର ବିରୋଧ କରନ୍ତୁ ଯଦି ସେମିତି କରିପାରନ୍ତିନି ତେବେ ବଳାତ୍କାରୀ କୁ ଉପଭୋଗ କରିବାକୁ ଦିଅନ୍ତୁ ଓ ନିଜେ ଉପଭୋଗ କରନ୍ତୁ ।

ବିରୋଧୀଦଳଙ୍କୁ ଆଜିବି ଜୟ ଶ୍ରୀ ରାମ ଉଦଘୋଷଣା  ସାମ୍ପ୍ରତିକ ଭାଇଚାରା କୁ ଭାଙ୍ଗିବାର ଗୋଟେ ମନ୍ତ୍ର ଭଳି ଲାଗୁଛି ।ତେଣୁ କିଛି ଗୋଷ୍ଟି କହିଲେଣି ଲୋକେ ମନ୍ଦିର ଯାଆନ୍ତି ସୁନ୍ଦରୀ ଝିଅ ଦେଖିବାକୁ । ଆଉ କିଛି ଗୋଷ୍ଠି କୁହନ୍ତି ଭଗବାନ ରାମ କାଳ୍ପନିକ ତେଣୁ ରାମ ମନ୍ଦିର ନିର୍ମାଣ ଯୋଗୁଁ ଦେଶରେ  ସେକ୍ୟୁଲାର ବୋଲି ଶବ୍ଦ ଟେ ରହିବନି ତେଣୁ ସମ୍ବିଧାନ ବଞ୍ଚିବାର ଆଶା କ୍ଷୀଣ। ତେଣୁ ପୂର୍ବରୁ ସେମାନଙ୍କ କ୍ଷମତା ସମୟରେ ରାମ ମନ୍ଦିର ଓ ରାମ ସେତୁ ବିରୋଧରେ ଆଇନ ଯିବିଙ୍କୁ ସେମାନେ ନିଯୁକ୍ତି ଦେଇଥିଲେ ।ଅବଶ୍ୟ ସେ ଆଇନଯିବି ସବୁ so called ସେକ୍ୟୁଲାର ଗୋଷ୍ଟି ର ।ସେମାନଙ୍କ ଭିତରୁ ଦଳେ କହିଲେଣି ସନାତନ ଧର୍ମ ଗୋଟେ ଡେଙ୍ଗୁ ମ୍ୟାଲେରିଆ ଭଳି ।ସନାତନ ଧର୍ମ ରହିଲେ ଦେଶ ଧରାଶାୟୀ ହେବ ତେଣୁ କାଶ୍ମୀର ଭଳି ତାମିଲନାଡୁ ରେ ବି ସନାତନ ଧର୍ମ କୁ ଲୋପ କରିବା ଆବଶ୍ୟକ ।କିଛି ରାଜ୍ୟରେ ଭାଷା କୁ ନେଇ ଯୁଦ୍ଧ ଚାଲିଛି ଉଭୟ ଗୋଷ୍ଟି ଶାସିତ ରାଜ୍ୟରେ ଏସବୁ କୁ ଖୁଲମ୍ ଖୁଲା ସମର୍ଥନ କରନ୍ତି ।

୨୦୨୬ ରେ ଆମ ଦେଶ ଖୁବ୍ ଆଗକୁ ବଢ଼ିଛି ଏବେ ବିକଶିତ ଭାରତର ଉଦଘୋଷଣା ସହ ଦେଶକୁ ୨୦୪୭ ସୁଦ୍ଧା ୬ଟ୍ରିଲିଅନ ର ଆର୍ଥିକ ଶକ୍ତି କରିବାର ଲକ୍ଷ୍ୟ ରଖାଯାଇଛି କିନ୍ତୁ ରାଷ୍ଟ୍ର ମୁଖ୍ୟଙ୍କ ଗୋଟେ 6ସେକେଣ୍ଡ ର ଅଭିଭାଷଣ ରେ ଦେଶର ପୁଞ୍ଜିନିବେଶ କାରୀଙ୍କ 4 ଟ୍ରିଲିଅନ ଗୋଟେ ଦିନ ଭିତରେ ଧୂଳିସାତ୍ ହେବା କିଛି କମ୍ କଥା ନୁହଁ ।ଦେଶ ଯେତେବେଳେ ନୂଆଁ ଶିକ୍ଷା ନିୟମ ଲାଗୁକରି  ପାରମ୍ପରିକ ଶିକ୍ଷାର ଆଧୁନିକୀକରଣ କରି ବୈଷୟିକ ଜ୍ଞାନ କୁ ଭରପୂର ଭାବରେ ବ୍ୟବହାର କରିବାର ଲକ୍ଷ ରଖିଛି ।ମାନ୍ୟବର ପ୍ରଧାନମନ୍ତ୍ରୀ ଯେତେବେଳେ AI ର ଅଭିଭାଷଣ ରଖି ବିଲ ଗେଟ୍ସ ଙ୍କୁ କୁହନ୍ତି ଭାରତ ର ଛୋଟ ଛୁଆ ଜନ୍ମରୁ ଏ ଆଇ କୁହନ୍ତି ।

ପ୍ରତିଶ୍ରୁତି ଥିଲା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଫାଇଲ କୁ ସାର୍ବ ଜନିନ କରିବାର କିନ୍ତୁ ଠିକ୍ ସେଇ ସମୟରେ ଭାରତରେ ସାମାନ୍ୟ ଗୋଟେ ପରୀକ୍ଷାର(NEET)ପ୍ରଶ୍ନପତ୍ର ବାରମ୍ବାର ପରୀକ୍ଷା ପୂର୍ବରୁ ସାର୍ବଜନୀନ ହେବା ଚିନ୍ତାର ବିଷୟ , ସରକାର ଙ୍କ ପାରିବା ପଣିଆ ପଦାରେ ପକଉଛି  । ୨୬ ଲକ୍ଷ୍ୟ ପିଲାଙ୍କ ସ୍ବପ୍ନ କୁ ଚୋରୀ କରାଯାଇଛି ଯାହା ଅକ୍ଷମଣୀୟ ଅପରାଧ ।ବିରୋଧୀଙ୍କ ବିରୋଧ କରିବା ସ୍ୱାଭାବିକ  ଯେଉଁ ସରକାର ସାମାନ୍ୟ କାଗଜ ଖଣ୍ଡେ କୁ ସୁରକ୍ଷିତ ରଖିବାରେ ବିଫଳ ସେ ସରକାର ଦେଶକୁ କେତେ ସୁରକ୍ଷିତ କରିବେ । ବିରୋଧୀ ନିଜକୁ ବିକାଶ ବିରୋଧୀ ବୋଲି ପ୍ରମାଣିତ କରିବାରେ ବ୍ୟସ୍ତ ସେମାନଙ୍କର ବିରୋଧ  ଗୋଟେ ଧର୍ମ ,ଦେଶ ବିରୋଧୀ ମନ୍ତବ୍ୟ ଓ ବ୍ୟକ୍ତିଗତ ଟିକା ଟିପ୍ପଣୀରେ ସୀମିତ । ବିରୋଧୀ ଆଜି ପର୍ଯ୍ୟନ୍ତ ଗୋଟେ ସୁସ୍ଥ ବିରୋଧିର ଭୂମିକା ଗ୍ରହଣ କରିବାରେ ବିଫଳ । ଶାସକ ଦଳ କିଛି ଆଖିଦୃଷ୍ଟିଆ କାମ କରୁ ବା ନକରୁ ବିରୋଧୀଙ୍କ ଟିକ୍କା ଟିପ୍ପଣୀ ହିଁ ସେମାନଙ୍କୁ ଆଗାମୀ ୧୫ ବର୍ଷ ଯାଏଁ କ୍ଷମତାରେ ରଖିବାକୁ ଯଥେଷ୍ଟ । ଏ ଦେଶର ଗତି କୁଆଡେ ?

No comments:

Post a Comment